Advertisement
trendingPhotos1098539
photoDetails1hindi

୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

Russia-Ukraine Conflict: ଋଷ (Russia) ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା (US) ଓ ୟୁରୋପୀୟ ଦେଶମାନଙ୍କ (European countries) ତରଫରୁ ଚେତାବନୀ ଦିଆଯାଇଛି । ତଥାପି, ଏହା ଋଷକୁ ପ୍ରଭାବିତ କରୁନାହିଁ । ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ କଥା ହୋଇଛନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukraine President Volodymyr Zelensky) ଙ୍କ ସହ ମଧ୍ୟ କଥା ହୋଇଥିଲେ ।

1/8

ନୂଆଦିଲ୍ଲୀ: Russia-Ukraine Conflict: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧର ସ୍ଥିତି ଆହୁରି ଗମ୍ଭୀର ହେବାକୁ ଲାଗିଛି । ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି । ଏହା ସହିତ ଋଷ ଯୁଦ୍ଧ ଟ୍ୟାଙ୍କ, ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି । ରିପୋର୍ଟ ଅନୁଯାୟୀ, ଋଷ ୟୁକ୍ରେନକୁ ତିନି ଆଡୁ ଘେରି ସାରିଛି । ଏଥି ସହିତ ଆମେରିକା (America) କହିଛି ଯେ ଫେବୃଆରୀ ୧୬ରେ ୟୁକ୍ରେନ ଉପରେ ଆକ୍ରମଣ ହୋଇପାରେ ।

2/8

ଏହା ମଧ୍ୟରେ ଋଷ (Russia) ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା (US) ଓ ୟୁରୋପୀୟ ଦେଶମାନଙ୍କ (European countries) ତରଫରୁ ଚେତାବନୀ ଦିଆଯାଇଛି । ତଥାପି, ଏହା ଋଷକୁ ପ୍ରଭାବିତ କରୁନାହିଁ । ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ କଥା ହୋଇଛନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukraine President Volodymyr Zelensky) ଙ୍କ ସହ ମଧ୍ୟ କଥା ହୋଇଥିଲେ ।

3/8

ଗତ ସପ୍ତାହରେ ୟୁକ୍ରେନ ସୀମାରେ  ୧ ଲକ୍ଷ ଋଷର ସୈନିକ ମୁତୟନ ବିଷୟରେ ଆମେରିକାର ଅଧିକାରୀମାନେ ସୂଚନା ଦେଇଥିଲେ, କିନ୍ତୁ ବର୍ତ୍ତମାନ ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ ହଜାର ରୁଷିଆ ସୈନିକ ଠିଆ ହୋଇଛନ୍ତି । ଏଥିମଧ୍ୟରୁ ୧.୧୨ ଲକ୍ଷ ସ୍ଥଳ ସେନାର ସୈନ୍ୟ ଓ ୧୮ ହଜାର ନୌସେନା ଏବଂ ବାୟୁସେନାର ସେନ୍ୟ ରହିଛନ୍ତି ।

4/8

ଏହି ସମୟରେ ସିଏନଏନ୍ ରିପୋର୍ଟରେ କୁହାଯାଇଛି ଯେ ଋଷ ୟୁକ୍ରେନକୁ ତିନି ଆଡୁରୁ ଘେରି ସାରିଛି । ଏହା ଦକ୍ଷିଣରେ କ୍ରିମିଆ ଓ ଉତ୍ତରରେ ବେଲାଋଷ ଦ୍ୱାରା ଘେରି ସାରିଛି । ଏଥି ସହିତ ଋଷ ମଧ୍ୟ ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ କରିଛି । ଆମେରିକାର ରିପୋର୍ଟ ଅନୁଯାୟୀ ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ।

୧. ପୂର୍ବ ୟୁକ୍ରେନ

5/8
୧. ପୂର୍ବ ୟୁକ୍ରେନ

ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ୨୦୧୪ରୁ ଡୋନେଟସ୍କ ଓ ଲୁହାନସ୍କରେ ଉପସ୍ଥିତ ଅଛନ୍ତି । ସାଟେଲାଇଟ୍ ଫଟୋ ଆଧାରରେ ସିଏନଏନ୍ ରିପୋର୍ଟ କରିଛି ଯେ ୟେଲନିଆରେ ଋଷର ସେନାର ସାମରିକ ବେସକୁ ଖାଲି କରାଯାଇଛି । ୨୦୨୧ର ଶେଷ ଭାଗରେ ବହୁ ପରିମାଣର ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଏହି ସାମରିକ ବେସକୁ ଅଣାଯାଇଥିଲା, ଯେଉଁଥିରେ ୭୦୦ ଟ୍ୟାଙ୍କ, ବାହନ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚର୍ ସାମିଲ ଥିଲା । ବର୍ତ୍ତମାନ ସେଗୁଡ଼ିକୁ ସାମରିକ ବେସରୁ ନିଆଯାଇ ୟୁକ୍ରେନ ସୀମାରେ ମୁତୟନ କରାଯାଇଛି ।

୨. ବେଲାଋଷ

6/8
୨. ବେଲାଋଷ

ଋଷ ଓ ବେଲାଋଷ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଗତ ସପ୍ତାହରୁ ଋଷ ଓ ବେଲାଋଷର ସୈନ୍ୟବାହିନୀ ୧୦ ଦିନ ଧରି ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛନ୍ତି । ଏଥିରେ ୩୦ ହଜାରରୁ ଅଧିକ ଋଷ ସୈନିକ ଅଂଶଗ୍ରହଣ କରିଛନ୍ତି । ଋଷର ସୈନ୍ୟମାନଙ୍କ ସହିତ ବେଲାଋଷରେ SU-35, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମେତ ଅନେକ ଯୁଦ୍ଧ ବିମାନ ମୁତୟନ ହୋଇଛି । ଆଶଙ୍କା କରାଯାଉଛି ଯେ ଋଷର ସେନା ବେଲାଋଷ ଦେଇ ୟୁକ୍ରେନର ରାଜଧାନୀ କୀବିରେ ପ୍ରବେଶ କରିପାରେ । ବେଲାଋଷ ଓ କୀବି ମଧ୍ୟରେ ଦୂରତା ୧୫୦ କିଲୋମିଟର ହେବ ।

ଏହା ବି ପଢ଼ନ୍ତୁ:-ୟୁକ୍ରେନକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଋଷର ସାମୁଦ୍ରିକ ସୀମାରେ ପଶିଲା ଆମେରିକାର ପରମାଣୁ ଯୁଦ୍ଧ ଜାହାଜ

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ଖାଦ୍ୟ ଶସ୍ୟ! ଜାଣନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

3. କ୍ରିମିଆ

7/8
3. କ୍ରିମିଆ

ଦିନେ କ୍ରିମିଆ ୟୁକ୍ରେନର ଏକ ଅଂଶ ଥିଲା । କ୍ରିମିଆକୁ ୨୦୧୪ରୁ ଋଷ ନିଜ ଦଖଲରେ ରଖିଛି । ସାଟେଲାଇଟ୍ ଫଟୋକୁ ଆଧାର କରି ସିଏନଏନ୍ ରିପୋର୍ଟ ଅନୁଯାୟୀ, କ୍ରିମିଆର ରାଜଧାନୀ ସିମଫେରୋପୋଲର ଉତ୍ତରରେ ୫୫୦ରୁ ଅଧିକ ସାମରିକ ତମ୍ବୁ ଓ ଶହ ଶହ ବାହନ ଉତ୍ତରରେ ପହଞ୍ଚିଛି । କ୍ରିମିଆର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ସ୍ଲାଭାନେ ସହର ନିକଟରେ ସଶସ୍ତ୍ର ଯାନ ମଧ୍ୟ ମୁତୟନ କରାଯାଇଛି । ଏଥି ସହିତ ଅନେକ ଋଷର ଯୁଦ୍ଧ ଜାହାଜ ମଧ୍ୟ କ୍ରିମିଆର ମୁଖ୍ୟ ବନ୍ଦର ସେବାଷ୍ଟୋପୋଲରେ ପହଞ୍ଚିଛି । ଏହା ବ୍ୟତୀତ ଋଷ କଳା ସାଗରରେ ୬ଟି ଯୁଦ୍ଧ ଜାହାଜ ମଧ୍ୟ ମୁତୟନ କରିଛି ।

କ’ଣ ରହିଛି ୟୁକ୍ରେନର ପ୍ରସ୍ତୁତି?

8/8
କ’ଣ ରହିଛି ୟୁକ୍ରେନର ପ୍ରସ୍ତୁତି?

ୟୁକ୍ରେନ ସହିତ ଆମେରିକା, ବ୍ରିଟେନ ଏବଂ ନାଟୋ (NATO) ସମେତ ୟୁରୋପୀୟ ଦେଶ ଅଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେସ୍କି ରେଜନିକୋଭ ଟ୍ୱିଟ୍ କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧,୫୦୦୦ ଟନ୍ ସାମରିକ ସାମଗ୍ରୀ ମିଳିଛି । ଏଥିରେ ଅସ୍ତ୍ରଶସ୍ତ୍ର, ଗ୍ରେନେଡ ଏବଂ ଗୁଳି ଭଳି ସାମରିକ ସାମଗ୍ରୀ ସାମିଲ ରହିଛି ।

ट्रेन्डिंग फोटोज़